Site icon ଆଜିକାଲି

ଟ୍ରକ୍ ପଛରେ ଧକ୍କା ଦେଲା କାର୍ : ଜଣେ ମୃତ, ୪ ଗୁରୁତର

ସାଲେପୁର : କଟକ-ଚାନ୍ଦବାଲି ରାସ୍ତାର ସାଲେପୁର ନାଳିଆମୁହଁ ଛକ ନିକଟରେ ବୁଧବାର ବିଳମ୍ବିତ ରାତିରେ ଟ୍ରକ୍ ପଛପଟେ ପିଟିଲା କାର୍ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି । ୪ ଜଣ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି ।

ସୂଚନା ଯେ, ବୁଧବାର ବିଳମ୍ବିତ ରାତିରେ ଏକ କାର୍ ଯୋଗେ ୫ ଜଣ କଟକ ମେଡିକାଲରୁ ପଟ୍ଟାମୁଣ୍ଡାଇ ଡ଼ିମିରିଆକୁ ଅଞ୍ଚଳକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣଙ୍କ ହେଲେ ପଟ୍ଟାମୁଣ୍ଡାଇ ଡିମିରିଆ ଅଞ୍ଚଳର ପଦ୍ମନାଭ ବାରିକ । ଟ୍ରକଟି ପଙ୍କଚର ହୋଇଯିବାରୁ ରାସ୍ତାରେ ରଖା ଯାଇଥିଲା । କାରଟି ଟ୍ରକର ପଛପଟେ ଧକ୍କାଦେଇ ଭିତରକୁ ପଶିଯାଇଥିଲା । ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ ହୋଇଥିଲା ବେଳେ ୪ ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟଲୋକେ ସେମାନଙ୍କୁ ଉଦ୍ଧାର କରୁଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି କଟର ସାହାଯ୍ୟରେ କାରଟିକୁ କଟାଯାଇ ସେମାନଙ୍କୁ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ପଠାଇ ତଦନ୍ତ ଆରମ୍ଭ କରିଛି ।

Exit mobile version