Site icon ଆଜିକାଲି

ଡିଭାଇଡରକୁ ଧକ୍କା ଦେଇ ଓଲଟିଲା କାର୍‌, ୩ ଆହତ

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଜାଭିୟର ଛକରେ ଦୁର୍ଘଟଣା। ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡ଼ିଲା କାର୍‌। ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତଙ୍କ ମାନଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କ ନାଁ ରାଜେନ୍ଦ୍ର ସେଠୀ।

ସୂଚନା ଯେ, ସୋମବାର ରାତି ପ୍ରାୟ ୧୧ଟାରେ ସମୟରେ କାରଟି ଦ୍ରୁତ ଗତିରେ ଆସି ପ୍ରଥମେ ଡିଭାଇଡରକୁ ଧକ୍କା ଦେଇଥିଲା। ପରେ ଦୁର୍ଘଟଣାଗ୍ରସ୍ତ କାର୍‌ଟି ରାସ୍ତା ଆରପାଖରେ ଥିବା ୨ଗାଡିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୩ ଜଣ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Exit mobile version