Site icon ଆଜିକାଲି

ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା କାର୍, ୫ ଜଣ ଆହତ

ମୋହନା : ରାସ୍ତା କଡ଼କୁ ଓଲଟିଲା କାର୍ । ଦୁର୍ଘଟଣା ଫଳରେ କାର୍‌ରେ ଥିବା ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସୂଚନା ଯେ, ଗଜପତି ଜିଲା ଅଡବା ଥାନା ଖ୍ରୀଷ୍ଟପୁର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଲା କାର୍ । ଦୁର୍ଘଟଣା ଫଳରେ କାର୍‌ରେ ଥିବା ୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନେ ହେଲେ ଜୟପୁରର ରାମଚନ୍ଦ୍ର ମିଶ୍ର, ନରେଶ ପଣ୍ଡା, ଦିଲ୍ଲୀପ ରଥ, ଦେବାଶିଷ ପଟ୍ଟନାୟକ ଓ ସରୋଜିନୀ ରଥ । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ମୋହନା ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ମଙ୍ଗଳବାର ଭୋର ସମୟରେ ଗୋଟିଏ କାର୍‌ରେ କଟକ ଜିଲ୍ଲା ବଡମ୍ବା ନରସିଂହପୁରରୁ ୫ ଜଣ ଜୟପୁର ଯାଉଥିବା ବେଳେ ଦୁର୍ଘଟଣା ଘଟିଛି ।

Exit mobile version