Site icon ଆଜିକାଲି

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କୁଳପତି ହେଲେ ଆଇପିଏସସି ପ୍ରଥମ ସଭାନେତ୍ରୀ

ବ୍ରହ୍ମପୁର: ଭାରତରେ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଅଧ୍ୟୟନରତ, ଗବେଷଣାରତ ସମସ୍ତ ବିଦ୍ୟାର୍ଥୀ, ଗବେଷକ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସର୍ବୋଚ୍ଚ ଅନୁଷ୍ଠାନ ହେଉଛି ଭାରତୀୟ ରାଜନୀତି ବିଜ୍ଞାନ ପରିଷଦ (ଆଇପିଏସସି)। ୧୯୩୮ ମସିହାରେ ଏହି ପରିଷଦର ପ୍ରତିଷ୍ଠା କରାଯାଇଥିଲା। ଦୀର୍ଘ ୮୫ ବର୍ଷ ପୁରାତନ ଏହି ସଙ୍ଗଠନରେ ପ୍ରଥମ କରି ଜଣେ ଓଡ଼ିଆ ମହିଳା ସଭାନେତ୍ରୀ ପଦବି ଅଳଙ୍କୃତ କରିଛନ୍ତି।‌ ସେ ହେଉଛନ୍ତି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଥମ ମହିଳା କୁଳପତି ଭାବରେ ସମ୍ପ୍ରତି ଦାୟିତ୍ବ ନିର୍ବାହ କରୁଥିବା ପ୍ରଫେସର ଗୀତାଞ୍ଜଳି ଦାଶ। ଏହା ପୂର୍ବରୁ ଓଡ଼ିଆ ଭାବେ ପ୍ରଫେସର ଶ୍ରୀରାମଚନ୍ଦ୍ର ଦାଶ, ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ଓ ପ୍ରଫେସର ଯୁଗୋଳ କିଶୋର ମିଶ୍ର ଏହି ପଦବି ସକାଶେ ମନୋନୀତ ହୋଇଥିଲେ। ପ୍ରଫେସର ପାଢ଼ୀ ମଧ୍ୟ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ଥିଲେ।

ନିକଟରେ ମହାରାଷ୍ଟ୍ର ରାଜ୍ୟ ଓ୍ବାର୍ଦ୍ଧା ଠାରେ ଭାରତୀୟ ରାଜନୀତି ବିଜ୍ଞାନ ପରିଷଦର ୬୦ତମ ବାର୍ଷିକ ଅଧିବେଶନ ହୋଇଥିଲା। ଏହି ଅବସରରେ ଅନ୍ତର୍ଜାତୀୟ ସମ୍ମିଳନୀ ଓ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା। ସେଥିରେ କୁଳପତି ପ୍ରଫେସର ଦାଶଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା। ଏହା ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ତଥା ଆମ ରାଜ୍ୟ ପାଇଁ ଏକ ଗର୍ବର ବିଷୟ। କୁଳପତି ପ୍ରଫେସର ଦାଶ କହିଛନ୍ତି ଯେ- ଭବିଷ୍ୟତରେ ପରିଷଦର ଉନ୍ନତି ସହ ରାଜନୀତି ବିଜ୍ଞାନ କ୍ଷେତ୍ରରେ ଗବେଷଣାକୁ ପ୍ରମୁଖ ଦୃଷ୍ଟି ଦେବେ

Exit mobile version