Site icon ଆଜିକାଲି

ହାଇୱାକୁ ପିଟିଲା କୁକୁଡ଼ା ଟ୍ରକ, ଚାଲିଗଲା ଦୁଇଜଣଙ୍କ ଜୀବନ


ବାଲେଶ୍ବର- ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ହାଇୱାକୁ ଏକ ଟ୍ରକ ପଛରୁ ଧକ୍କା ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।

କଲେଜ ଛକ ନିକଟରେ ଆଜି ଭୋରରେ ଘଟିଛି ଏହି ଦୁର୍ଘଟଣା । ଟ୍ରକଟି କୁକୁଡ଼ା ଆଣିବାକୁ କଲିକତାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିଲା । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଛି । ଖବର ପାଇ ସୋର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ସାଇଫୁଲ ଗାଜି ଓ ଆସ୍ରଫ ସର୍ଦ୍ଦାର ପଶ୍ଚିମବଙ୍ଗର ବୋଲି ଜଣାପଡିଛି।

Exit mobile version