Site icon ଆଜିକାଲି

ବାହାନଗା ଟ୍ରେନ୍ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ, ଦୁଃଖ ପ୍ରକାଶ ସହ କହିଲେ ଏହା ଅତ୍ୟନ୍ତ ଦୁଃଖଦ ରେଳ ଦୁର୍ଘଟଣା

ଭୁବନେଶ୍ବର : ବାଲେଶ୍ଵର ଜିଲା ବାହାନଗା ନିକଟରେ ଗତ ଶୁକ୍ରବାର ବଡ଼ ଟ୍ରେନ୍ ଦୁର୍ଘଟଣା । ଏନେଇ ଆଜି ବାହାନଗା ଟ୍ରେନ୍ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ରେନ୍‌ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଅତ୍ୟନ୍ତ ଦୁଃଖଦ ରେଳ ଦୁର୍ଘଟଣା । ଦୁର୍ଘଟଣା ବିଷୟରେ ଜାଣି ମୁଁ ମର୍ମାହତ । ସ୍ଥାନୀୟ ଲୋକ ଓ ପ୍ରଶାସନକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ବିଳମ୍ବିତ ରାତିରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ । ଯାତ୍ରୀମାନଙ୍କୁ ଉଦ୍ଧାର ସହ ହସ୍ପିଟାଲରେ ପହଞ୍ଚାଇଥିଲେ ସ୍ଥାନୀୟ ଲୋକ ।

ଟ୍ରେନ୍ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ନେଇ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଛନ୍ତି । ବାଲେଶ୍ବର ମେଡିକାଲରେ ଆହତଙ୍କ ଚିକିତ୍ସାର ସମୀକ୍ଷା କରିଛନ୍ତି । ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛନ୍ତି । ଚିକିତ୍ସାରେ ଯେମିତି କୌଣସି ଅଭାବ ନହୁଏ ସେନେଇ ଆଲୋଚନା କରିଛନ୍ତି ।

Exit mobile version