Site icon ଆଜିକାଲି

ଫ୍ଳୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପାଇଥିବା ଓଡିଶାର ତିନି ନର୍ସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅଭିନନ୍ଦନ


ଭୁବନେଶ୍ୱର : ୨୦୨୧ ସମ୍ମାନଜନକ ଜାତୀୟ ଫ୍ଳୋରେନ୍ସ ନାଇଟିଙ୍ଗଲ ପୁରସ୍କାର ପାଇଥିବା ଓଡିଶାର ତିନି ନର୍ସ ଦମୟନ୍ତୀ ରାଉତ, ଶିବାନୀ ଦାସ ଓ ଖୁଲଣା ବାରିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କ ସେବା ପାଇଁ ସେମାନଙ୍କର ନିସ୍ୱାର୍ଥପର ଓ ଉତ୍ସର୍ଗୀକୃତ ମନୋଭାବ ଏବଂ ନିଷ୍ଠାକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ରାଷ୍ଟ୍ରପତି ନର୍ସମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

Exit mobile version