Site icon ଆଜିକାଲି

ଶାରଦୀୟ ଦୁର୍ଗାପୂଜା ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସବୁଆଡେ ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଆବାହନ । ମଣ୍ଡପରେ ଆରମ୍ଭ ହୋଇଯାଇଛି ମହାମାୟାଙ୍କ ଆରାଧନା । ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁଙ୍କୁ ବିଭୋର କରୁଛି । ପବିତ୍ର ଦୂ୍ର୍ଗାପୂଜାରେ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ଆଗମନ ପ୍ରତିଟି ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version