Site icon ଆଜିକାଲି

୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ରାଜ୍ୟର ୪ଟି ଜିଲ୍ଲାରେ ୩୫୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି। ସରକାରଙ୍କ ୫-ଟି ଉପକ୍ରମ ଅଧିନରେ ଅନୁଗୁଳ, କେନ୍ଦୁଝର, ଗଂଜାମ ଓ ଜଗତସିଂହପୁର ଜିଲ୍ଲାରେ ରୂପାନ୍ତରିତ ସ୍କୁଲଗୁଡିକର ଲୋକାର୍ପଣ ହୋଇଛି।ଜଗତସିଂହପୁରରେ ସର୍ବାଧିକ ୧୦୭ଟି, ଗଂଜାମରେ ୧୦୬, ଅନୁଗୁଳରେ ୮୭ ଓ କେନ୍ଦୁଝର ଜିଲ୍ଲାରେ ୫୭ଟି ରୂପାନ୍ତରିତ ହାଇସ୍କୁଲର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ।

ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ମାଧ୍ୟମରେ ୫-ଟି ଅନ୍ତର୍ଗତ ହାଇସ୍କୁଲ ରୂପାନ୍ତର କରାଯାଉଛି। ପୂର୍ବରୁ ୨ଟି ପର୍ଯ୍ୟାୟରେ ରାଜ୍ୟର ଶହଶହ ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି। ଆଗାମୀ ଦିନରେ ନିର୍ମାଣାଧୀନ ରୂପାନ୍ତରିତ ହାଇସ୍କୁଲଗୁଡ଼ିକର ଲୋକାର୍ପଣ ହେବ।

ରୂପାନ୍ତରିତ ହାଇସ୍କୁଲଗୁଡ଼ିକରେ ସ୍ମାର୍ଟ କ୍ଲାସ ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁଟର, ଆଧୁନିକ ପରୀକ୍ଷାଗାର ବ୍ୟବସ୍ଥା ହୋଇଛି। ଭଲ ପିଇବା ପାଣି ଓ ଉତ୍ତମ ପରିମଳ ବ୍ୟବସ୍ଥାର ସୁବିଧା କରାଯାଇଛି।

Exit mobile version