Site icon ଆଜିକାଲି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ପୁରୀ – ଆଜି ପୌଷ ଶୁକ୍ଳ ସପ୍ତମୀ ଜାନୁଆରୀ ୧୭ ତାରିଖ । ଆଜି କୋଟି କୋଟି ଓଡିଆଙ୍କ ଆରାଧ୍ୟ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହେଲା ଏକ ସ୍ୱର୍ଣ୍ଣିମ ଅଧ୍ୟାୟ । ଆଜି ଲୋକାର୍ପିତ ହୋଇଛି ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏଥିପାଇଁ ଚାଲିଥିବା ତ୍ରିଦିନାତ୍ମକ ମହାଯଜ୍ଞର ଆଜି ପୂର୍ଣ୍ଣାହୁତି ସହ ଉଦଘାଟିତ ହୋଇଛି।ପରିକ୍ରମା ପ୍ରକଳ୍ପ। ଗଜପତି ମହାରାଜା ଦିବ୍ୟସିଂହ ଦେବ ମହାଯଜ୍ଞରେ ପୂର୍ଣ୍ଣାହୁତି ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପରାହ୍ନରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଫଳକ ଉନ୍ମୋଚନ କରିଛନ୍ତି ।

୨୦୧୯ ଡିସେମ୍ବର ମାସରେ ପୁରୀକୁ ବିଶ୍ୱ ଐତିହ୍ୟ ସହରରେ ପରିଣତ କରିବାକୁ ଘୋଷଣା କରିଥିଲେ ରାଜ୍ୟ ସରକାର। ଏଥିପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ଵର ଉନ୍ନତିକରଣ ଓ ଅନ୍ୟାନ୍ୟ ସୁବିଧାସୁଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୨୦୨୧ ମସିହା ନଭେମ୍ବର ୨୪ ତାରିଖରେ ଶିଳାନ୍ୟାସ କରାଯାଇଥିଲା । ଦୁଇ ବର୍ଷ ୫୪ ଦିନ ପରେ ପ୍ରକଳ୍ପ ଲୋକାର୍ପଣ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହା ଥିଲା ଡ୍ରିମ୍ ପ୍ରୋଜେକ୍ଟ। ଏବେ ଏହା ବାସ୍ତବ ରୂପ ନେଇଛି।

Exit mobile version