Site icon ଆଜିକାଲି

୧୬ରେ କଟକ ନେତାଜୀ ବସ୍ ଟର୍ମିନାଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କଟକ : କଟକବାସୀଙ୍କୁ ମିଳିବ ଅତ୍ୟାଧୁନିକ ବସ୍ ଟର୍ମିନାଲ। କଟକରେ ନବନିର୍ମିତ ଅତ୍ୟାଧୁନିକ ନେତାଜୀ ବସ୍ ଟର୍ମିନାଲ ଚଳିତ ମାସ ୧୬ ତାରିଖରେ ଉଦଘାଟନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟର୍ମିନାଲର ଲୋକାର୍ପଣ କରିବେ । ୨୦୨୧ ମସିହାରେ ଟର୍ମିନାଲ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ସିଲଭର ସିଟି ବୋଟ କ୍ଲବ, ତାଳଦଣ୍ଡା ପାର୍ଶ୍ଵ ପର୍ଯ୍ୟଟନ ସ୍ଥଳୀର ମଧ୍ୟ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ। ମୋଟ ୧୪ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ ବି କରିବେ ମୁଖ୍ୟମନ୍ତ୍ରୀ ।

Exit mobile version