Site icon ଆଜିକାଲି

ଆଜି ଭୁବନେଶ୍ବର- ରାଉରକେଲା ବିମାନ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ବିମାନ ସେବାର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବିମାନ ସେବାର ଶୁଭାରମ୍ଭ କରିବେ । ଭିଡିଓ କନଫରେନସିଂରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ । ଆଜି ସକାଳ ୧୦ ଟା ୪୫ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରୁ ଆଲାଏନ୍ସ ଏୟାରର ବିମାନ ରାଉରକେଲା ଅଭିମୁଖେ ଯାତ୍ରା କରିବ । ରାଉରକେଲାରେ ଏହା ୧୧ ଟା ୪୦ମିନିଟରେ ପହଞ୍ଚିବ ବିମାନ। ଏହାପରେ ବିମାନ ୧୨ ଟା ୦୫ରେ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ ୧ରେ ପହଞ୍ଚିବ। ଆସନ୍ତା ୧୨ ତାରିଖରୁ ଦୈନିକ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ ଟା ୫୫ ମିନିଟରେ ଛାଡ଼ିବ ରାଉରକେଲାରେ ୩ଟା ୫୦ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ଟା ୧୫ମିନିଟରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ।

ଭୁବନେଶ୍ବରରୁ ରାଉରକେଲା ବିମାନରେ ଟିକେଟ ମୂଲ୍ୟ ରହିଛି ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନର ଟିକେଟ ମୂଲ୍ୟ ରହିଛି ୨୭୨୧ଟଙ୍କା। ଆଲାଏନ୍ସ ଏୟାର ବିମାନରେ ୭୨ ସିଟ୍ ରହିଛି।

Exit mobile version