Site icon ଆଜିକାଲି

ବାରବାଟୀର ନବକଳେବର ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ

କଟକ – ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ବାରବାଟୀର ନବକଳେବରରେ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। କିଛି ଦିନ ତଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବାରବାଟୀ ଷ୍ଟାଡିୟମ ପରିଦର୍ଶନ କରି ପ୍ରସ୍ତାବିତ ନବକଳେବର ବିଷୟରେ ଆଲୋଚନା କରିଥିଲେ । ରାଜ୍ୟ ସରକାର, ବିସିସିଆଇ ଓ ଓସିଏର ମିଳିତ ଉଦ୍ୟମରେ ବାରବାଟୀର ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହେବ । ଆଜି ମଧ୍ୟ ମୁଖ୍ୟମନ୍ତ୍ରୀ ଓଡ଼ିଆ କ୍ରିକେଟ ଆସୋସିଏସନ ଦ୍ୱାରା ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ପ୍ରସ୍ତୁତ ହୋଇଥିବା ୪୨ଟି କ୍ରିକେଟ ଏକାଡେମୀର ମଧ୍ୟ ଉଦଘାଟନ କରିବେ।

ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଖର୍ଚ୍ଚ ହେବ ୬ ଶହ କୋଟି ଟଙ୍କା । ଏକାଥରେ ୬୦ ହଜାର ଦର୍ଶକ ବସି ଖେଳ ଦେଖିବା ଭଳି ବ୍ୟବସ୍ଥା କରାଯିବ ।

ନୂଆ ଷ୍ଟାଡିୟମରେ ରହିବ ଅତ୍ୟାଧୁନିକ ସୁବିଧା । ନିର୍ମିତ ହେବ ବିରାଟ ସ୍ପୋର୍ଟସ କମ୍ପ୍ଲେକ୍ସ । ଏକ ଅତ୍ୟାଧୁନିକ ଜିମ୍ ସେଂଟର ମଧ୍ୟ ନିର୍ମାଣ କରାଯିବ। ଏଥିସହ ଷ୍ଟାଡିୟମ ପରିସରରେ ରହିବ ମଲ୍, ତାରକା ହୋଟେଲ ଓ ଅଫିସ୍ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବ । ୩ ବର୍ଷ ମଧ୍ୟରେ ନୂଆ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି ।

Exit mobile version