Site icon ଆଜିକାଲି

ଆଜି ବିଏସଇର ଓପନିଂ ବେଲ୍ ବଜାଇବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ : ମୁମ୍ବାଇ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜ- ବିଏସଇର ଓପନିଂ ବେଲ୍ ବଜାଇବେ । ବିଏସଇର ଓପନିଂ ବେଲ ବଜାଇ ଷ୍ଟକ ଏକ୍ସଚେଞ୍ଜର କାରବାର ଆରମ୍ଭ କରିବାକୁ ସଂକେତ ଦେବେ ନବୀନ । ଯାହାର ୧୫ ମିନିଟ ପରେ ଟ୍ରେଡିଂ ଆରମ୍ଭ ହେବ । ଟ୍ରେଡିଂ ଆରମ୍ଭ ହେବା ପୂର୍ବରୁ ବିଏସଇରେ ବେଲ୍ ବଜାଇବାର ପରମ୍ପରା ରହିଛି । ମୁଖ୍ୟମନ୍ତ୍ରୀ ପ୍ରଥମଥର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇବେ । ବହୁ ବିଶିଷ୍ଟ ବ୍ୟକ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇ ସାରିଛନ୍ତି । ଅମିତାଭ ବଚ୍ଚନ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ବେଲ୍ ବଜାଇଛନ୍ତି ।

ଟ୍ରେଡିଂ ଆରମ୍ଭ ହେବା ପୂର୍ବରୁ ବେଲ୍ ବଜାଇବାର ପରମ୍ପରା ରହିଛି । ଜାତୀୟ ସ୍ତରରେ ଏବେ ନବୀନଙ୍କ ପତିଆରା ବଢ଼ିବାରେ ଲାଗିଛି । ଏଥିପାଇଁ ନିକଟରେ ତାଙ୍କୁ ଜୀବନବ୍ୟାପି ସାଧନା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପ୍ରଥମଥର ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇବେ । ତାଙ୍କ ପୂର୍ବରୁ ବହୁ ବିଶିଷ୍ଟ ବ୍ୟକ୍ତି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇ ସାରିଛନ୍ତି । ବଲିଉଡର ବିଗ୍ ବି’ କୁହାଯାଉଥିବା ଅମିତାଭ ବଚ୍ଚନ, ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ବେଲ୍ ବଜାଇଛନ୍ତି । ମୁମ୍ବାଇ ଗସ୍ତରେ ଥିବା ନବୀନ ପ୍ରଥମ ଦିନରେ ଅର୍ଥାତ୍ ବୁଧବାର ବିଶିଷ୍ଟ ଶିଳ୍ପପତି ଓ ବ୍ୟାଙ୍କର୍ସଙ୍କୁ ଭେଟିଥିଲେ । ଆସନ୍ତା ନଭେମ୍ବରରେ ହେବାକୁଥିବା ମେକ ଇନ୍ ଓଡ଼ିଶା ସମ୍ମିଳନୀ ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିଛନ୍ତି ।

Exit mobile version