Site icon ଆଜିକାଲି

ଆଜିଠୁ ଲୋକସେବା ଭବନରୁ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ନୂଆ ସରକାର ଗଠନର ୩ ସପ୍ତାହ ପରେ ଆଜିଠାରୁ ଲୋକସେବା ଭବନ (ସଚିବାଳୟ)ରୁ କାର୍ଯ୍ୟ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମନ୍ତ୍ରିିମଣ୍ଡଳ ଶପଥ ନେବା ପରଠାରୁ ରାଜ୍ୟ ଅତିଥି ଭବନରୁ କାର୍ଯ୍ୟ କରୁଥିଲେ ମୁଖ୍ୟମନ୍ତ୍ରୀ। ତେବେ ଆଜିଠାରୁ ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ ସଚିବାଳୟରୁ ସମସ୍ତ ସରକାରୀ କାର୍ଯ୍ୟ କରିବେ ବୋଲି ଜଣାପଡିଛି।

ଗୁରୁବାର ପୂର୍ବାହ୍ନ ୯ଟା ୪୫ ମିନିଟରେ ଲୋକସେବା ଭବନରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ ସାମ୍ୱାଦିକଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି। ଏଥିସହ ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ଦିନ ୧ ଟାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ତାଙ୍କର ବିଭିନ୍ନ ସରକାରୀ କାର୍ଯ୍ୟ ରହିଥିବା ସୂଚନା ମିଳିଛି।

Exit mobile version