Site icon ଆଜିକାଲି

ମାଆ-ବାପାଙ୍କ କଳିରେ ବଳି ପଡିଲା ଶିଶୁ

ବୌଦ୍ଧ : ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ନାରାୟଣପ୍ରସାଦ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଦମ୍ପତିଙ୍କ କଳିରେ ବଳି ପଡିଲା ୬ ମାସର ଶିଶୁ କନ୍ୟା । ନିଜ ଝିଅକୁ ପିଟି ପିଟି ମାରିଦେଲା ନୃଶଂସ ବାପା । ହତ୍ୟାକାରୀ ପିତା ହେଲା ଶ୍ୟାମ ଖଟୁଆ ।

ସୂଚନା ମୁତାବକ ନାରାୟଣ ପ୍ରସାଦ ଗ୍ରାମରେ ଶ୍ୟାମ ଖଟୁଆ ଓ ତାଙ୍କ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । ଘଟଣା ସ୍ଥଳରେ ବାପା ଶ୍ୟାମ ରାଗିଯାଇ ନିଜର ୬ ମାସର ଶିଶୁ କନ୍ୟାକୁ ଉପରକୁ ଟେକି ତଳେ କଚାଡି ଦେଇଥିଲା । ମା ଓ ପିଲାଟିର କରୁଣ ଚିତ୍କାର ଶୁଣି ଗ୍ରାମବାସୀ ଆସି ବାପାକୁ ବାନ୍ଧି କଣ୍ଟାମାଳ ପୋଲିସ ଜିମା ଦେଇଥିବା ବେଳେ ଗୁରୁତର ଅବସ୍ଥାରେ ଶିଶୁଟିକୁ ଉଦ୍ଧାର କରି ପ୍ରଥମେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଶିଶୁଟିର ଅବସ୍ଥା ସଙ୍କଟାପନ୍ନ ହେବାରୁ ସୁବର୍ଣପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ପୋଲିସ ଅଭିଯୁକ୍ତକୁ ଅଟକ ରଖୁ ତଦନ୍ତ କରୁଛି ।

Exit mobile version