Site icon ଆଜିକାଲି

ଚୋରି ରୋକିବା ପାଇଁ ଆପାର୍ଟମେଣ୍ଟର ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଇବାକୁ କମିଶନରେଟ ପୋଲିସର ପରାମର୍ଶ

ଭୁବନେଶ୍ବର : ଆପାର୍ଟମେଣ୍ଟରୁ  ଚୋରି ରୋକିବାକୁ କମିଶନରେଟ ପୋଲିସ ପକ୍ଷରୁ  ପଦକ୍ଷେପ ନିଆଯାଇଛି। ଆପାର୍ଟମେଣ୍ଟ ନିରାପତ୍ତା ପାଇଁ ପୋଲିସ କମିଶନର ଏକ  ବିବୃତ୍ତି ଜାରି କରିଛନ୍ତି।  ଆପାର୍ଟମେଣ୍ଟର  ପ୍ରବେଶ ଓ ପ୍ରସ୍ଥାନରେ ସିସିଟିଭି ଲଗାଇବାକୁ ସିପି  ପରାମର୍ଶ  ଦେଇଛନ୍ତି। ତାହାର ତଥ୍ୟ ଆପାର୍ଟମେଣ୍ଟ  ବାସିନ୍ଦା କଲ୍ୟାଣ ସଂଘ ଗୁଡ଼ିକ କମିଶନରେଟ ପୋଲିସ କଣ୍ଟ୍ରୋଲ୍ ରୁମକୁ ଦେବେ ।   ଯଦି ଆପଣଙ୍କ ପାଖରେ କୌଣସି ଅଭିଯୋଗ ବା ସୂଚନା ଅଛି, ଦୟାକରି ୭୦୭୭୭୯୮୧୧୧ ନମ୍ବରକୁ   ହ୍ବାଟସଆପ କରନ୍ତୁ ।

୨୦୨୪ ମସିହାରୁ  ଏ ପର୍ଯ୍ୟନ୍ତ କଟକ ଏବଂ ଭୁବନେଶ୍ୱରର ବିଭିନ୍ନ ଆପାର୍ଟମେଣ୍ଟରେ ମୋଟ ୬୫ଟି ଚୋରି ରିପୋର୍ଟ ହୋଇଛି । ଏହି ଘଟଣାରେ  ୨୯ ଜଣଙ୍କୁ ଗିରଫ କରାଯାଇଛି। 

Exit mobile version