Site icon ଆଜିକାଲି

ଆପାର୍ଟମେଣ୍ଟ୍ ଲୁଟେରା ଗ୍ୟାଙ୍ଗର ୨ ଜଣଙ୍କୁ ଧରିଲା କମିଶନରେଟ ପୋଲିସ

ଭୁବନେଶ୍ୱର – ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି କରୁଥିବା ଗ୍ୟାଙ୍ଗର ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ଦୁଇ ଆପାର୍ଟମେଣ୍ଟ୍ ଲୁଟେରାଙ୍କୁ ଗିରଫ କରିଛି । ଗତ କିଛି ମାସରେ ରାଜଧାନୀର ୫ ଆପାର୍ଟମେଣ୍ଟର ୧୨ ଫ୍ଲାଟ୍ ରୁ ଲୁଟ୍ କରିଛନ୍ତି ଏହି ଗ୍ୟାଙ୍ଗ। ଚନ୍ଦକା, ଇନ୍ଫୋସିଟି , ଭରତପୁର, ମାଞ୍ଚେଶ୍ୱ ଥାନା ଅଂଚଳରେ ଲୁଟେରା ଗ୍ୟାଙ୍ଗ ସକ୍ରିୟ ହୋଇଥିଲେ ।

ଲୁଟେରା ଗ୍ୟାଙ୍ଗ ବାହାର ରାଜ୍ୟର ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ମିଳିଥିବା ଭିଜୁଆଲ ଅନୁସାରେ କିଛି ଦିନ ତଳେ ସର୍ବସାଧାରଣରେ ଫଟୋ ଜାରି କରିଥିଲା କମିସନରେଟ ପୋଲିସ । ଏହି ଗ୍ୟାଙ୍ଗର ଅନ୍ୟ ସଦସ୍ୟ ଏବେବି ଫେରାର ଅଛନ୍ତି ।

Exit mobile version