Site icon ଆଜିକାଲି

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ନେଇ ମୁହଁ ଖୋଲିଲା କମିଶନରେଟ ପୋଲିସ


ଭୁବନେଶ୍ବର : ରାଜଧାନୀର ‘ଲେଡି ବ୍ଲାକମେଲର’ ଅର୍ଚ୍ଚନା ନାଗର କଳା କାରନାମାର ତଦନ୍ତ ଆରମ୍ଭ ହୋଇଯାଇଛି। ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କେଉଁମାନେ ଅର୍ଚ୍ଚନାଙ୍କ ଦ୍ବାରା ବ୍ଲାକମେଲିଂର ଶିକାର ହୋଇଛନ୍ତି, ସେମାନଙ୍କୁ ପୋଲିସ ଖୋଜୁଛି। ଏଥି ସହିତ ଅର୍ଚ୍ଚନାର ବ୍ୟାଙ୍କ କାରବାର ନେଇ ମଧ୍ୟ ତଦନ୍ତ ହେବ। ଏ ସଂପର୍କିତ ତଥ୍ୟ ରିଜର୍ଭ ବ୍ୟାଙ୍କକୁ ମଗାଯାଇଛି ବୋଲି ଡିସିପି କହିଛନ୍ତି।

ଡିସିପି କହିଛନ୍ତି ଯେ, ବ୍ଲାକମେଲିଂ ନେଇ ଖଣ୍ଡଗିରି ଥାନାରେ ଗତ ୨ ତାରିଖରେ ଜଣେ ଯୁବତୀଙ୍କ ଅଭିଯୋଗକୁ ଭିତ୍ତିକରି ଅର୍ଚ୍ଚନା ନାଗକୁ ଗିରଫ କରାଯାଇଛି। ଅର୍ଚ୍ଚନା ପ୍ରଥମେ ବନ୍ଧୁତା ମାଧ୍ୟମରେ ସଂପର୍କ ବଢ଼ାଉଥିଲେ। ସେ ଅଭିଯୋଗକାରିଣୀଙ୍କ କିଛି ଅନ୍ତରଙ୍ଗ ଫଟୋ ରଖିଥିଲେ, ଯାହାକୁ ନେଇ ତାଙ୍କୁ ବ୍ଲାକମେଲିଂ କରିଥିଲେ। ଜଣେ ଫିଲ୍ମ ପ୍ରଯୋଜକ ସହ ସମ୍ପର୍କ ବଢାଇବା ପାଇଁ ତାଙ୍କୁ ବାଧ୍ୟ କରିଥିଲେ। ତାଙ୍କ କଥା ଅନୁଯାୟୀ କାମ ନ କଲେ ଅଭିଯୋଗକାରିଣୀଙ୍କ ଫଟୋ ଭାଇରାଲ କରିବାକୁ ଅର୍ଚ୍ଚନା ଧମକ ଦେଇଥିଲା। ଅଭିଯୋଗକାରିଣୀ ପରେ ଅର୍ଚ୍ଚନାଙ୍କ କହିବା ମୁତାବକ ପ୍ରଯୋଜକଙ୍କ ନିକଟତର ହୋଇ ବ୍ଲାକମେଲିଂ କରିବାକୁ ବାଧ୍ୟ ହୋଇଥିଲେ ବୋଲି ଭୁବନେଶ୍ବର ଡିସିପି ସୂଚନା ଦେଇଛନ୍ତି।

FacebookTwitterLinkedinWhatsapp
Exit mobile version