Site icon ଆଜିକାଲି

ଋଷୀୟ ନାଗରିକଙ୍କ ମୃତ୍ୟୁ ମାମଲାର ତଦନ୍ତ ପାଇଁ ୫ ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କଲା କ୍ରାଇମବ୍ରାଞ୍ଚ

କଟକ : ରାୟଗଡାରେ ଦୁଇ ରୁଷୀୟ ନାଗରିକଙ୍କ ସନ୍ଦେହଜନକ ମୃତ୍ୟ ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ପାଞ୍ଚଜଣିଆ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଡିଏସପି ତପନ କୁମାର ଦାଶ ଏହି ଟିମର ନେତୃତ୍ୱ ନେଉଛନ୍ତି । ଟିମରେ ୨ ଜଣ ଇନ୍ସପେକ୍ଟର ଏବଂ ଜଣେ ଏଏସଆଇ ଅଛନ୍ତି । ଟିମ୍ ରାୟଗଡ ଜିଲ୍ଲା ପୋଲିସ ସହିତ ଯୋଗାଯୋଗ କରି ସମସ୍ତ ମେଡିକାଲ୍ ଏବଂ ପୋଲିସ ତଦନ୍ତ କାଗଜପତ୍ର ଏବଂ ଫଟୋଗ୍ରାଫ ସଂଗ୍ରହ କରିଛି ।

ପାନାସେଙ୍କୋ ନାତାଲିଆ ଓ ତୁରୋଭ ମିଖାଇଲ୍ ନାମକ ଦୁଇ ରୁଷ ନାଗରିକଙ୍କୁ ଆଜି ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍ ପଚରାଉଚୁରା କରିଥିଲା । ଟିମ ସେମାନଙ୍କ ଅନୁବାଦକ ଯଥା ଗାଇଡ୍ ଜିତେନ୍ଦ୍ର ସିଂଙ୍କୁ ବି ପଚରାଉଚୁରା କରିଛନ୍ତି । କ୍ରାଇମବ୍ରାଞ୍ଚ୍ ଟିମ୍ କାର ଡ୍ରାଇଭର ନଟବର ମହାନ୍ତିଙ୍କୁ ପଚରାଉଚୁରା କରିଛି । ସେ ମୃତ ଋଷୀୟ ନାଗରିକଙ୍କ ଓଡିଶା ଯାତ୍ରା ବେଳେ କାର ଚଳାଉଥିଲେ।

Exit mobile version