Site icon ଆଜିକାଲି

ଭୋଟ୍‌ ଗ୍ରହଣର ଦିନକ ପୂର୍ବରୁ ଲାଗିଲା ମାଓ ପୋଷ୍ଟର

କଳାହାଣ୍ଡି : ଆସନ୍ତାକାଲି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ମତଦାନ। ତେବେ ମତଦାନର ଦିନକ ଆଗରୁ ଦେଖିବାକୁ ମିଳିଛି ମାଓ ପୋଷ୍ଟର। କଳାହାଣ୍ଡି ଜିଲା ମ.ରାମପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୯ର କେନ୍ଦୁ ଘାଟି ନିକଟ ରାସ୍ତା କଡ଼ରେ ରବିବାର ଏକାଧିକ ସ୍ଥାନରେ ମାଓ ପୋଷ୍ଟର ଲାଗିଛି। ଏଥିରେ ବିଜେଡି ସରକାର ଓଡ଼ିଶା ଜନତାଙ୍କୁ କଣ ଦେଇଛି ? କୃଷକ ଚାଷୀ ଭାଇ ଭଉଣୀମାନେ ଆତ୍ମହତ୍ୟା କରୁଛନ୍ତି ବୋଲି କେକେବିଏନ୍ ଡିଭିଜନାଲ କମିଟି, ଭା.କ.ପା(ମାଓବାଦୀ) ତରଫରୁ ଏହି ପୋଷ୍ଟର ଲାଗିଛି। ତେବେ ଏହି ପୋଷ୍ଟର ମାଧ୍ୟମରେ ମାଓବାଦୀ ନିଜର ଉପସ୍ଥିତି ଜାହିର କରିଥିବାବେଳେ ଆସନ୍ତାକାଲିର ସାଧାରଣ ନିର୍ବାଚନରେ ମାଓ ପ୍ରଭାବ କଣ ରହିବ ବୋଲି ଆଲୋଚନା ହେଉଛି।

Exit mobile version