Site icon ଆଜିକାଲି

ରାସ୍ତା କଡ଼ରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ଖୋଜୁଛି କାରଣ

ବ୍ରହ୍ମଗିରି : ରାସ୍ତା କଡ଼ରୁ ମିଳିଲା ଦୁଇ ଯୁବକଙ୍କ ମୃତଦେହ । ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କାଠୁଆରେଡି ବାଲିହରଚଣ୍ଡି ରାସ୍ତାରୁ ମିଳିଛି ଏହି ଦୁଇ ଯୁବକଙ୍କ ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଶନିବାର ବାଲିହରଚଣ୍ଡୀ ରାସ୍ତାର ମାଲାସା ଶଙ୍ଖ ନିକଟ ଧାନ ଜମିରୁ ଦୁଇ ଯୁବକଙ୍କ ରକ୍ତାକ୍ତ ଶବ ପଡିଥିବାର ଦେଖିବାକୁ ମିଳିଥିଲା ।ଏପିରିକି ସେମାନଙ୍କ ପାଖରେ ଏକ ମୋଟରସାଇକେଲ ପଡିଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ ଶୁକ୍ରବାର ରାତିରେ ପୁରୀ ଅଞ୍ଚଳର କିଛି ଯୁବକ ରାତିରେ ବାଲିହରଚଣ୍ଡିରେ ଭୋଜି କରି ଫେରିଥିଲେ। ମୃତ ଯୁବକ ଦୁଇ ଜଣ ପୁରୀ ଖଡିପଦା ଅଞ୍ଚଳର ବୋଲି ପରିଚୟ ମିଳିଛି। ଘଟଣାସ୍ଥଳରେ ବ୍ରହ୍ମଗିରି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Exit mobile version