Site icon ଆଜିକାଲି

କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ, ତିନି ଦିନ ହେବ ଥିଲେ ନିଖୋଜ

ଆଠଗଡ଼ : ମନ୍ଦିର କୂଅରୁ ମିଳିଲା ଯୁବକଙ୍କ ଗଳିତ ମୃତଦେହ । ତିନି ଦିନ ହେବ ନିଖୋଜ ଥିଲେ । କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ଯୁବକ ଜଣଙ୍କ ହେଲେ ସନ୍ତୋଷ ଚନ୍ଦ। ଖବର ପାଇ ତିଗିରିଆ ପୋଲିସ୍ ଓ ଅଗ୍ନିଶମ ବିଭାଗ ସହାୟତାରେ କୂଅ ମଧ୍ୟରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି।

ଖବର ଅନୁସାରେ କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ପତିତପାବନ ମନ୍ଦିର କୂଅରୁ ମୃତଦେହ ଉଦ୍ଧାର ହୋଇଛି । ତିନି ଦିନ ଧରି ଯୁବକ ନିଖୋଜ ଥିବା ନେଇ ତିଗିରିଆ ଥାନାରେ ଏତଲା ଦିଆଯାଇଥିଲା । ଆଜି ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏହା ହତ୍ୟା ନା ଆତ୍ମହତ୍ୟା ତାର ତଦନ୍ତ କରୁଛି ପୋଲିସ ।

Exit mobile version