Site icon ଆଜିକାଲି

ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଲାଙ୍ଗିର : ବଲାଙ୍ଗୀର ଜିଲା ଟିଟିଲାଗଡ଼ ତିକ୍ରାପଡା ଦେଓଗାଁ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ପରେ ଫିଙ୍ଗି ଦେଇଥିବା ସନ୍ଦେହ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ତିକ୍ରାପଡା ଦେଓଗାଁ ରାସ୍ତା କଡରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ତିକ୍ରାପଡା ଦେଓଗାଁର ବୁଦ୍ଧଦେବ ନାଗ । ତାଙ୍କ ମୁଣ୍ଡରେ ଧାରୁଆ ଅସ୍ତ୍ରରେ ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ମୃତଦେହ ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ କେଉଁ କାରଣ ପାଇଁ ଯୁବକଙ୍କୁ ହତ୍ୟା କରାଯାଇଛି ନାଁ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Exit mobile version