ଗୋପ : ଅଣ୍ଟାଏ ପାଣି ଭିତରେ ଅସୁସ୍ଥ ଝିଅଙ୍କୁ କାନ୍ଧରେ ବୋହି ଡାକ୍ତରଖାନାକୁ ନେଲେ ବାପା । ସ୍ୱାସ୍ଥ୍ୟ ସେବା ମିଳୁନଥିବା ବେଳେ ଅସୁସ୍ଥ ହୋଇପଡ଼ିଥିବା ଏକ କୁନି ଝିଅର ଚିତ୍ର ସାମ୍ନାକୁ ଆସିଲା । ଏହି ଦୃଶ୍ୟ ଗୋପ ବ୍ଲକ ବିମାନ କାନ୍ତଆ ଗାଁରେ ଦେଖିବାକୁ ମିଳିଛି ।
କୁନି ଝିଅ ଅସୁସ୍ଥ ଥିବା ବେଳେ ତାର ଚିକିତ୍ସା ପାଇଁ ବାପା ଝିଅକୁ କାନ୍ଧରେ ବସାଇ ଭରା ପାଣିରେ ପାର ହୋଇ ମେଡିକାଲ ନେଉଥିବା ଚିତ୍ର ସମସ୍ତଙ୍କୁ ବିଚଳିତ କରିଛି ।