Site icon ଆଜିକାଲି

ବିଦ୍ୟୁତ ତାର ଚୋରି ସନ୍ଦେହରେ ପିକଅପ୍ ସହ ଡ୍ରାଇଭର ଅଟକ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବିନିକା ବ୍ଳକ ବଲାରଙ୍ଗା ହାଇସ୍କୁଲ୍ ଛକରେ ତାର ବୋଝେଇ ପିକଅପ୍ ଜବତ । ଟାଟାପାୱାର ଲେଖା ଥିବା ଗାଡିକୁ ଅଟକ ରଖୁଛନ୍ତି ଅଞ୍ଚଳବାସୀ । ଏହାସହ ଡ୍ରାଇଭର ଓ ଗାଡ଼ିକୁ ଅଟକାଇଛନ୍ତି ଲୋକେ । ବଲାରଙ୍ଗା ଗ୍ରାମର ଆଖ ପାଖ ଅଞ୍ଚଳରେ ପୂର୍ବରୁ ବହୁ ଥର ଖୁଣ୍ଟ ଭାଙ୍ଗି ୧୧ କେଭି ବିଦ୍ୟୁତ୍‌ ତାର ଚୋରୀ ମଧ୍ୟ ହୋଇଥିବା ବିନିକା ଥାନାରେ ଅଭିଯୋଗ ହୋଇସାରିଛି ।

ତେଣୁ ଟାଟା ପାୱାର ଲେଖା ଥିବା ଏକ ବୋଲେରୋ ପିକଅପ୍ ଗାଡି ସେହି ଅଞ୍ଚଳରେ ବୁଲୁଥିବାର ଅଞ୍ଚଳବାସୀ ଦେଖୁବା ପରେ ଅଟକାଇଥିଲେ । ସେମାନଙ୍କ ପାଖରୁ କୌଣସି ଉତ୍ତର ଠିକ ଭାବରେ ମିଳିପାରୁନଥିବାରୁ ଚୋରି କରୁଥିବା ସନ୍ଦେହ କରିଥିଲେ । ଘଟଣା ସ୍ଥଳରେ ବର୍ତ୍ତମାନ ଉତ୍ତେଜନା ଦେଖାଦେଇଛି । ଘଟଣା ସ୍ଥଳରେ ପୋଲିସ ମଧ୍ୟ ପହଞ୍ଚି ସାରି ତଦନ୍ତ କରୁଥିବାର ଜଣାପଡିଛି ।

Exit mobile version