Site icon ଆଜିକାଲି

ଖୁବ ଶୀଘ୍ର ବାଜିବ ନିର୍ବାଚନୀ ବିଗୁଲ, ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା

ଭୁବନେଶ୍ବର : ଖୁବ ଶୀଘ୍ର ବାଜିବ ନିର୍ବାଚନ ରଣ ଦୁନ୍ଦୁଭି। ମାର୍ଚ୍ଚ ୧୩ ପରେ ନିର୍ବାଚନ ତାରିଖ ଘୋଷଣା। ଆଗାମୀ ଲୋକସଭା ନିର୍ବାଚନ ପାଇଁ ମାର୍ଚ୍ଚ ୧୩ ପରେ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ। ସବୁ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା ପରେ ତାରିଖ ଘୋଷଣା ହେବ। ମୁଖ୍ୟ ନିର୍ବାଚନ କମିଶନର ଓ ତାଙ୍କ ଟିମ୍ ବିଭିନ୍ନ ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି।

ମାର୍ଚ୍ଚ ୧୩ ସୁଦ୍ଧା ସମୀକ୍ଷା ସରିବ। ନିକଟରେ ଓଡ଼ିଶା ଗସ୍ତ ଶେଷ କରିଛନ୍ତି ଇସିଆଇ। ଏବେ ତାମିଲନାଡ଼ୁରେ ଅଛନ୍ତି। ଏହା ପରେ ଉତ୍ତର ପ୍ରଦେଶ ଓ ଜମ୍ମୁ କାଶ୍ମୀର ଗସ୍ତ କରିବେ। ସ୍ବଛ, ନିରପେକ୍ଷ ଓ ଅବାଧ ନିର୍ବାଚନ ପାଇଁ ଚଳିତ ବର୍ଷ ପ୍ରଥମ ଥର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ବ୍ୟବହାର ପାଇଁ ଯୋଜନା କରୁଛନ୍ତି ନିର୍ବାଚନ କମିଶନ ।

FacebookTwitterLinkedinWhatsapp
Exit mobile version