Site icon ଆଜିକାଲି

ଚାଷୀଙ୍କୁ ଶୁଣ୍ଢରେ କଚାଡ଼ି ମାରିଲା ହାତୀ

ରାସୋଳ: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବୁହାଳିପାଳ କୁସକଟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ । ମୃତକ ହେଲେ ଦିଗବିଜୟ ପାଳ।

ଗତ ବୁଧବାର ହାତୀ ତାଙ୍କୁ ଶୁଣ୍ଢରେ କଚାଡ଼ି ଦେଇଥିଲା। ଦିଗବିଜୟ ପାଳଙ୍କୁ ହାତୀ ଶୁଣ୍ଢରେ କଚାଡ଼ି ଦେଇଥିବା ଖବର ପାଇ ତାଙ୍କର ସାନ ଭାଇ ମାଧବ ଚନ୍ଦ୍ର ପାଳ ଥାନାକୁ ଯାଇ ଖବର ଦେବା ସହ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ଡାକ୍ତରଖାନା ନେବାକୁ ଚେଷ୍ଟା କରୁଥିବା ବେଳେ ଘଟଣାସ୍ଥଳରେ ଅଧିକ ସଂଖ୍ୟକ ହାତୀ ଥିବାରୁ ଏକା ଯିବାକୁ କେହି ସାହସ କରୁନଥିଲେ । ବନବିଭାଗ କର୍ମଚାରୀ ଉଦ୍ଧାର କରି ତୁରନ୍ତ ଡାକ୍ତରଖାନାକୁ ନେଇଥିଲେ। ତାଙ୍କୁ ପ୍ରଥମେ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାପରେ ସେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଥିଲେ। ହେଲେ କଟକ ଯିବା ବାଟରେ ଦିଗବିଜୟ ପାଳଙ୍କର ମୃତ୍ୟୁ ହୋଇଥିଲା।

Exit mobile version