Site icon ଆଜିକାଲି

ଟ୍ରାଙ୍କୁଲାଇଜ୍ ହେଲା ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀ

ଚୌଦ୍ୱାର : ଜଗତପୁରରେ ଆତଙ୍କ ଖେଳାଇଥିବା ହାତୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଛି । ନନ୍ଦନକାନନରୁ ଯାଇଥିବା ଟିମ୍ ଏହି ହାତୀକୁ ଟ୍ରାଙ୍କୁଲାଇଜ୍ କରିଛନ୍ତି । ଏହାପରେ ହାତୀକୁ ଆଠଗଡ଼ ରେଞ୍ଜ ଖୁଣ୍ଟୁଣିରେ ଛଡ଼ାଯିବାକୁ ନିଆଯାଇଥିବା ଜଣାପଡିଛି ।

ସୂଚନା ଯେ, ଏସିଏଫ୍ ଅନନ୍ତ କୁମାର ପ୍ରଧାନ ଓ ଚନ୍ଦକା ଡ଼ିଏଫଓ ଏମଡି ଜମିଲଙ୍କ ନେତୃତ୍ବରେ ଗୁରୁବାର ସକାଳୁ ନନ୍ଦନ କାନନରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ଆସି ଜଗତପୁର ପୀରବଜାର ବସନ୍ତ ମଠ ଜଙ୍ଗଲରେ ପହଞ୍ଚି ହାତୀକୁ ଟ୍ରାଙ୍କୁଲାଇଜ କରିଥିଲେ l ବୁଧବାର ହାତୀଟିକୁ ନିସ୍ତେଜ୍ କରାଯାଇଥିଲେ ମଧ୍ୟ ରାତି ଏବଂ ଜନଗହଳି ପାଇଁ ହାତୀଟିକୁ ସ୍ଥାନାନ୍ତର କରାଯାଇପାରିନଥିଲା। ସେଥିପାଇଁ ପୁଣି ଗୁରୁବାର ସକାଳୁ ହାତୀଟିକୁ ଦୁଇଟି ଟ୍ରାଙ୍କୁଲାଇଜ କରାଯାଇ ବେହୋସ୍ କରାଯାଇଥିଲା। ହାତୀଟି ବେହୋସ୍ ହେବାପରେ ତାକୁ ବେଲ୍ଟ ସହାୟତାରେ ବାନ୍ଧି ହାଇଡ୍ରା ଓ ଜେସିବି ଜରିଆରେ ହାଇୱା ଉପରକୁ ଉଠାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ନନ୍ଦନ କାନନରୁ ଆସିଥିବା ବିଶେଷଜ୍ଞ ଟିମ୍, ଚନ୍ଦକା ଡିଏଫଓ, କଟକ ବନ ବିଭାଗ ଓ ଫୁଲନଖରା ରେଞ୍ଜର, ଜଗତପୁର ପୋଲିସ ର ଉଦ୍ୟମରେ ହାତୀଟିକୁ ଉଦ୍ଧାର କରାଯାଇ ଆଠଗଡ଼ ରେଞ୍ଜ ଅନ୍ତର୍ଗତ ଖୁଣ୍ଟୁଣିରେ ଛଡ଼ାଯିବ ବୋଲି କହିଛନ୍ତି କଟକ ଏସିଏଫ୍ ଅନନ୍ତ କୁମାର ପ୍ରଧାନ।

Exit mobile version