Site icon ଆଜିକାଲି

ଯୁବକଙ୍କୁ ଦଳି ମାରିଲା ହାତୀ

ଔପଦା : ସଉଦା ସାରି ଘରକୁ ଫେରୁଥିଲେ ଯୁବକ । ହାତୀ ହାବୁଡ଼ରେ ପଡି ଗଲା ଜୀବନ । ବାଲେଶ୍ୱର ଜିଲା ଔପଦା ଥାନା ଅନ୍ତର୍ଗତ ଫତେପୁର ପଞ୍ଚାୟତର ଶୂଳ ଭଉଣୀ କ୍ଷୁଦ୍ରଜଳ ଅମଳ ପ୍ରକଳ୍ପ ବନ୍ଧ ଉପରେ ଯୁବକଙ୍କୁ ଦଳି ମାରିଲା ହାତୀ ।

ଗତ ବୁଧବାର ମୟୁରଭଞ୍ଜ ଜିଲା ଶରତ ଥାନା ଅନ୍ତର୍ଗତ ଟୁଲଗଢିଆ ଗ୍ରାମର ୪୫ ବର୍ଷୀୟ ବ୍ୟକ୍ତି ଟାପୁ ବାନରା କସପାହାଟକୁ ସଉଦା କରିବାକୁ ଯାଇଥିଲେ । ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ଶୂଳଭଉଣୀ ବନ୍ଧ ଉପରେ ହାତୀ ଦଳି ଚକଟି ମାରି ଦେଇଥିବାର ଜଣାପଡିଛି । ମୃତଦେହ ପଡିଥିବା ସ୍ଥାନରେ ହାତୀର ପାଦ ଚିହ୍ନ ଥିବା ସହିତ ନିକଟସ୍ଥ ଗ୍ରାମବାସୀ ମାନେ ସନ୍ଧ୍ୟାରେ ହାତୀ ଜୋର୍ ଚିକ୍ତାର କରୁଥିବାର କହିଛନ୍ତି । ଦୀର୍ଘସମୟର ଧରି ଘଟଣା ସ୍ଥଳରେ ମୃତଦେହ ପଡି ରହିଥିଲେ ହେ ବନ ବିଭାଗ ପହଞ୍ଚି ନଥିବା କୁହାଯାଇଛି ।

Exit mobile version