Site icon ଆଜିକାଲି

୨୩ରେ ସ୍ଥାନାନ୍ତର ହେବ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା

ପୁରୀ : ଆସନ୍ତା ୨୩ ତାରିଖରେ ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ । ବାହାର ଓ ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା ସ୍ଥାନାନ୍ତର ହେବ। ୨୩ ତାରିଖରେ ସିନ୍ଦୁକ, ଆଲମିରା ସ୍ଥାନାନ୍ତର କରାଯିବା ସହ ଶ୍ରୀମନ୍ଦିର ପରିସର ନୀଳାଦ୍ରିବିହାର ମ୍ୟୁଜିୟମ ନିକଟ ଘରେ ରଖାଯିବ। ସିନ୍ଦୁକ,ଆଲମିରା ସ୍ଥାନାନ୍ତରଣ ପ୍ରକ୍ରିୟା ପାଇଁ ବିଶେଷ ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ୨୩ ତାରିଖ ଦିନ ୧ଟାଠାରୁ ସ୍ଥାନାନ୍ତରଣ ଶେଷ ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ। ଜୁଲାଇ ୧୪ ଓ ୧୮ରେ ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ହୋଇଯାଇଛି।

ସୂଚନା ଯୋଗ୍ୟ, ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରାକୁ କଢ଼ାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ଜୁଲାଇ ୨୯ ସୋମବାରରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା।

Exit mobile version