Site icon ଆଜିକାଲି

ଟଳିଲା ଆଉ ଏକ ରେଳ ଅଘଟଣ: ଟ୍ରେନ୍‌ରୁ ହଠାତ୍‌ ଅଲଗା ହୋଇଗଲା ଇଞ୍ଜିନ

ଯାଜପୁର : ବଗି ଛାଡି ପଳାଇଲା ଇଞ୍ଜିନ । ମାଲବାହୀ ଟ୍ରେନ୍‌ରୁ ହଠାତ୍‌ ଅଲଗା ହୋଇଗଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର ଇଞ୍ଜିନ ଅଲଗା ହୋଇଯାଇଥିଲା । ଆଜି ସକାଳୁ ହରିଦାସପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ପତରାଜପୁର ନିକଟରେ ହଠାତ୍‌ ଇଞ୍ଜିନ ଅଲଗା ହୋଇଯାଇଥିଲା। କିଛି ସମୟ ପରେ ରେଳବାଇ କର୍ତ୍ତୃପକ୍ଷ ବଗି ସହ ଇଞ୍ଜନିକୁ ଯୋଡିଥିଲେ। ପରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇଥିଲା ଟ୍ରେନ । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Exit mobile version