Site icon ଆଜିକାଲି

କୁହୁଡ଼ି ଚାଦର ତଳେ ସାରା ଓଡ଼ିଶା, ପୁଣି ଫେରିବ ଜାଡ଼

ଭୁବନେଶ୍ୱର : ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ । ଆଜି ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଘନ କୁହୁଡ଼ି । ଏପରିକି କିଛି ମିଟର ଦୂରରୁ ବି ଦେଖାଯାଉ ନଥିଲା ରାସ୍ତାଘାଟ କି ଗାଡ଼ିମୋଟର ।

ଆଜି ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଲାଗି ରହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପଟେ ରାଜ୍ୟକୁ ପୁଣି ଫେରିବ ଶୀତ । ଦୁଇ ଦିନ ପରେ ରାଜ୍ୟରେ ଖସିବ ପାରଦ । ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇବ । ଫଳରେ ରାଜ୍ୟକୁ ପୁଣି ଫେରିବ ଜାଡ଼ ।

Exit mobile version