Site icon ଆଜିକାଲି

ଓଡ଼ିଆ ନବବର୍ଷ, ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀରେ ସାରା ରାଜ୍ୟ ଉତ୍ସବ ମୁଖର

ଭୁବନେଶ୍ୱର – ଆଜି ସାରାରାଜ୍ୟରେ ମହାବିଷୁବ ସଂକ୍ରାନ୍ତି ହର୍ଷୋଲ୍ଲାସରେ ପାଳନ କରାଯାଉଛି । ଆଜି ମଧ୍ୟ ଓଡ଼ିଆ ନବବର୍ଷ । ନୂଆ ଓଡିଆ ପାଞ୍ଜିର ଆଜି ଶୁଭାରମ୍ଭ ହୋଇଛି । ଆଜି ମଧ୍ୟ ରାଜ୍ୟରେ ପାଳନ ହେଉଛି ହନୁମାନ ଜୟନ୍ତୀ। ଗଞ୍ଜାମ ଓ ଅନ୍ୟ କିଛି ଜିଲ୍ଲାରେ ଆଜି ପାରମ୍ପରିକ ଦଣ୍ଡ ନାଚର ଉଦଯାପନୀ ଭାବେ ମେରୁ ସଂକ୍ରାନ୍ତି ପାଳନ କରାଯାଉଛି ।

ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଓ ଓଡ଼ିଆ ନୂଆବର୍ଷ ପାଇଁ ସାରା ରାଜ୍ୟରେ ଆନନ୍ଦ ଓ ଉଲ୍ଲାସ ଲାଗି ରହିଛି । ସକାଳୁ ସକାଳୁ ଦେବାଳୟରେ ଭିଡ ଲାଗିଛି ।

ତୁଳସୀ ଚଉରାରେ ବସୁଧାରା ସ୍ଥାପନ କରାଯାଇଛି । ବିଭିନ୍ନ ସ୍ଥାନରେ ପଣା ପ୍ରସ୍ତୁତି ଓ ପଣାଲାଗି ହେଉଛି । ବିଷୁବ ବା ପଣା ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯାଉଛି ।

Exit mobile version