Site icon ଆଜିକାଲି

ହାତୀ ପାଦ ତଳେ ଚାଷୀଙ୍କ ଜୀବନ ଗଲା

ଭଞ୍ଜନଗର : ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ ତାରାସିଙ୍ଗି ବନାଞ୍ଚଳ କ୍ଷେତମୁଣ୍ଡଳୀ ଗାଁରେ ଦୁଃଖଦ ଘଟଣା । ହାତୀ ଘଉଡ଼ାଇବା ହେଲା କାଳ । ନିଜ ଚାଷ ଜମିରେ ହିଁ ହାତୀ ଆକ୍ରମଣରେ ଚାଲିଗଲା ଚାଷୀଙ୍କ ଜୀବନ । ମୃତକ ହେଲେ ପବିଚ୍ର ପାତ୍ର ।

ସୂଚନା ଯେ, ଶନିବାର ବିଳମ୍ବିତ ରାତିରେ ୧୦ ଟିକିଆ ହାତୀପଲ ଆସି ଧାନ ଫସଲ ନଷ୍ଟ କରୁଥିଲେ । ଯାହାର ଖବର ପାଇ ବନବିଭାଗ ଓ ଗାଁଲୋକେ ଆଶି ହାତୀକୁ ଘଉଡାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ହଠାତ୍‌ ହାତୀଟି ଗଛର ପଛପଟୁ ବାହାରି ଆସି ଆକ୍ରମଣ କରିଥିଲା । ସମସ୍ତେ ଘଟଣାସ୍ଥଳରୁ ଦୌଡି ଆସିଥିଲେ ବି ପବିତ୍ର ଆସିପାରିନଥିଲେ । ହାତୀ ପବିତ୍ରଙ୍କୁ ଶୁଣ୍ଢରେ ଟାଣି ନେଇ ପାଦରେ ଦଳି ଦେଇଥିଲା । ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ବନବିଭାଗ ଘଟଣାସ୍ଥଳରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଉତ୍ତର ଘୁମୁସର ଡିଏଫ୍ଓ ସୁଦର୍ଶନ ବେହେରା ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ସହ ମିଶି ଘଟଣାସ୍ଥଳରେ ଅନୁଧ୍ୟାନ କରିଛନ୍ତି।

Exit mobile version