Site icon ଆଜିକାଲି

ପୁଅର ଛୁରା ମାଡରେ ବାପା ମୃତ

ସାନଖେମୁଣ୍ଡି : ଗଞ୍ଜାମ ଜିଲା ଆସିକା ଥାନା ପଢାଳ ଗାଁରେ ଅଭାବନୀୟ ଘଟଣା । ପୁଅର ଛୁରା ମାଡ଼ରେ ବାପାର ମୃତ୍ୟୁ ।

ସୂଚନା ଯେ, ସୋମବାର ସବୁଠି ଆଲୋକର ପର୍ବ ଦୀପାବଳି ପାଳନ ହେଉଥିଲା । ଗାଁଠୁ ସହର ସବୁଠି ଧୁମ୍ ଧାମ୍‌ରେ ପାଳନ ହେଉଥିବା ବେଳେ କୌଣସି କାରଣ ଯୋଗୁଁ ଆସିକା ପଢାଳ ଗାଁ ଅରୁଣ ନାହାକ ବାପା ଦେଵରାଜ ନାହାକକୁ ଛୁରୀ ଆକ୍ରମଣ କରିଥିଲା । ଗୁରୁତର ଆହତ ଅବସ୍ଥାରେ ଦେବରାଜଙ୍କୁ ଆସିକା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଆସିକା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି । ତେବେ ଅଭିଯୁକ୍ତ ପୁଅ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି।

Exit mobile version