Site icon ଆଜିକାଲି

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ : ଚଳିତବର୍ଷ ପୁରୀ ଘୋଷଯାତ୍ରାର ରଥ ନିର୍ମାଣ ପାଇଁ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡର ଦଶପଲ୍ଲା ରେଞ୍ଜରୁ ୩ଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ। ଏଥିରେ ୩୩ ଖଣ୍ଡ ଧଉରା, ୭୨ ଖଣ୍ଡ ଅସନ କାଠ ରହିଛି। ୧୨ ଫୁଟିଆ ଅସନ ୮ ଖଣ୍ଡ ଓ ୨୦ ଫୁଟିଆ ୧୫ ଖଣ୍ଡ ରହିଥିବା ବେଳେ ୧୨ ଫୁଟିଆ ଧଉରା ୪୪ ଖଣ୍ଡ ଓ ୨୦ ଫୁଟିଆ ୨୭ ଖଣ୍ଡ ରହିଛି।

ଆସନ୍ତା ୨୬ ତାରିଖ ଶ୍ରୀପଞ୍ଚମୀ ଦିନ ବିଧି ଅନୁଯାୟୀ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ ନିର୍ମାଣ ପାଇଁ ୩ଟି ରଥକାଠ ପୂଜା କରାଯିବ। ପର୍ଯ୍ୟାୟ କ୍ରମେ ବାକି କାଠ ଆସି ପହଞ୍ଚିବ ବୋଲି ବରିଷ୍ଠ ରଥ ତତ୍ତ୍ବାବଧାରକ କହିଛନ୍ତି।ସୂଚନା ଯେ, ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥିବା ବେଳେ ପୂର୍ବରୁ ବଳକା ରହିଛି ୧୧୮ ଖଣ୍ଡ କାଠ। ତେଣୁ ବର୍ତ୍ତମାନ ମୋଟ ୭୪୭ ଅସନ, ଧଉରା ଏବଂ ଫାସୀ କାଠର ଆବଶ୍ୟକତା ରହିଛି।

Exit mobile version