Site icon ଆଜିକାଲି

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ : ପୁଣି ମାତିଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । କନ୍ଧମାଳ ଜିଲା ଫରିଙ୍ଗିଆ ଥାନା ସୁମରବନ୍ଦର ଗାଁରେ ୩ଜଣ ସଶସ୍ତ୍ର ମାଓବାଦୀ ଗାଁ ଭିତରେ ପଶି ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଘରୁ ଡ଼ାକି ନେଇଥିଲେ । ଘରଠାରୁ ୨୦୦ ମିଟର ଦୂରରେ ୫ ରାଉଣ୍ଡ ଗୁଳି କରି ସୁବଳଙ୍କୁ ହତ୍ୟା କରିଥିଲେ ମାଓବାଦୀ । ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିବା ପରେ ମାଓବାଦୀମାନେ ଘଟଣାସ୍ଥଳରେ କିଛି ପୋଷ୍ଟର ଛାଡ଼ି ଯାଇଥିବା ସୂଚନା ମିଳିଛି । ପୋଲିସ ଘଟଣାର ଛାନଭିନ କରୁଛି ।

Exit mobile version