Site icon ଆଜିକାଲି

୨୦ଟି ବଗି ଛାଡ଼ି ପଳାଇଲା ମାଲଗାଡ଼ି ଇଞ୍ଜିନ

ଭୁବନେଶ୍ୱର : ୨୦ଟି ବଗି ଛାଡ଼ି ପଳାଇଲା ମାଲଗାଡ଼ି ଇଞ୍ଜିନ। ମାତ୍ର ୫ଟି ବଗିକୁ ନେଇ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିଗଲା ଇଞ୍ଜିନ। ପଛରେ ବଗି ନ ଥିବା ଜଣାପଡ଼ିବା ପରେ ଡ୍ରାଇଭର ନାରଙ୍ଗାବାଦଠାରେ ଟ୍ରେନକୁ ଅଟାଇଥିଲେ। ଫଳରେ ଟ୍ରେନର ବଗିଗୁଡ଼ିକ ଦୁର୍ଘଟଣାରୁ ବର୍ତ୍ତିଯାଇଥିଲା।

ମିଳିଥିବା ସୂଚନା ଅନୁସାରେ, ୨୫ଟି ବଗି ଲାଗିଥିବା ଏହି ମାଲଗାଡ଼ିଟି ଭଦ୍ରକରୁ ଖଡ଼ଗପୁର ଯାଉଥିଲା। ବସ୍ତା-ଅମର୍ଦ୍ଦାରୋଡ ରେଳ ଲାଇନରେ ନାରଙ୍ଗାବାଦ ଠାରେ ମାଲଗାଡିରୁ ୨୦ଟି ବଗି ଅଲଗା ହୋଇଯାଇଥିଲା। କିପରି ବଗିଗୁଡ଼ିକ ଅଲଗା ହେଲା ତାହା ଜଣାପଡ଼ି ନ ଥିବାବେଳେ ଇଞ୍ଜିନଟି ପ୍ରାୟ ୩ କିଲୋମିଟର ଯିବା ପରେ ମାଲଗାଡ଼ିରେ ଅବଶିଷ୍ଟ ବଗି ନ ଥିବା ଜଣାପଡ଼ିଥିଲା। ଫଳରେ ଡ୍ରାଇଭର ଟ୍ରେନକୁ ଅଟକାଇଥିଲେ।

Exit mobile version