ଅନୁଗୁଳ : ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହୀ ଟ୍ରେନ। ପାହାଡ଼ରୁ ପଥର ଖସି ଟ୍ରାକରେ ପଡିଥିବା ବେଳେ ଏହା ଉପରେ ମାଲବାହୀ ଟ୍ରେନର ଇଞ୍ଜିନ ଚଢିଯିବାରୁ ତାହା ଲାଇନଚ୍ୟୁତ ହୋଇଥିଲା। ଟ୍ରାକରୁ ଚକ ଖସିଯାଇଥିଲା । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିଲା ମାଲବାହୀ ଟ୍ରେନ । ଟ୍ରେନ ଲାଇନଚ୍ୟୁତ ହୋଇଥିଲେ ମଧ୍ୟ ରେଳବାଇ କର୍ମଚାରୀ ସୁରକ୍ଷିତ ଅଛନ୍ତି। ବଇଣ୍ଡା ଠାରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ଏହି ଅଘଟଣ ଘଟିଛି। ଘଟଣାସ୍ଥଳରେ ପହଞ୍ଚି ରେଳବାଇ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।
ପାହାଡ଼ ଉପରୁ ପଥର ଖସିଲା, ଟ୍ରାକରୁ ଚକ ଖସି ମାଲବାହୀ ଟ୍ରେନ ଲାଇନଚ୍ୟୁତ
