Site icon ଆଜିକାଲି

ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସରକାର ଯୋଗାଇବେ ବ୍ୟାଙ୍କିଂ ସେବା

ଭୁବନେଶ୍ବର : ବର୍ଷକ ମଧ୍ୟରେ ରାଜ୍ୟର ୪ ହଜାର ୩୭୩ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସରକାର ଯୋଗାଇବେ ବ୍ୟାଙ୍କିଂ ସେବା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ୫ ଶହ କୋଟି ଟଙ୍କା ବଜେଟ ସହାୟତାରେ ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ସହିତ ସମନ୍ବୟ ରକ୍ଷା କରି ସିଏସପି ପ୍ଲାନ୍ ବ୍ୟାଙ୍କିଂ ଆଉଟଲେଟ୍ ଖୋଲାଯିବ। ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ ଏହି ଯୋଜନା । ବ୍ୟାଙ୍କିଂ ସେବା ପାଇଁ ରାଜ୍ୟ ସରକାର ୫ ବର୍ଷ ପର୍ଯ୍ୟନ୍ତ ନିଃଶୁଳ୍କ ଗୃହ ପ୍ରଦାନ କରିବେ। ଏହାସହ ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ଆବର୍ତ୍ତୀ ଖର୍ଚ୍ଚ ବହନ କରିବେ। ଏହି ଯୋଜନାରେ ମାଗଣାରେ ସମସ୍ତ ପ୍ରକାର ବ୍ୟାଙ୍କିଂ ସେବା ପାଇପାରିବେ। ଏହାଦ୍ବାରା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳା ଡୋର୍ ଷ୍ଟେପ୍ ବ୍ୟାଙ୍କିଂ ସେବା ପାଇପାରିବେ।

Exit mobile version