Site icon ଆଜିକାଲି

ଆଖି ବୁଜିଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ

କଟକ – ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ପରଲୋକ ହୋଇଯାଇଛି । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା । ଗୁରୁତର ଅସୁସ୍ଥ ହୋଇ ଶତାୟୁ ସ୍ବାଧୀନତା ସଂଗ୍ରାମୀ ଗତ ୨୪ ତାରିଖରେ ଏସସିବି ନ୍ୟୁରୋ ସର୍ଜରୀ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏସସିବିରେ ୪ ଜଣିଆ ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସାର ଅନୁଧ୍ୟାନ କରୁଥିଲେ। ଆଜି ତାଙ୍କର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି। ନୀଳମଣି ସାମଲ ଓଡ଼ିଶା ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତିର ସଭାପତି ଥିଲେ।

Exit mobile version