Site icon ଆଜିକାଲି

ସ୍ତ୍ରୀକୁ ଛୁରି ଭୁଷି ଆତ୍ମହତ୍ୟା କଲା ସ୍ୱାମୀ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ପାଲିଗାଁରେ ଅଘଟଣ । ସ୍ତ୍ରୀକୁ ଛୁରିଭୁସି ଆକ୍ରମଣ ପରେ ଭୟରେ ଆତ୍ମହତ୍ୟା କରିଛି ସ୍ୱାମୀ । ମୃତକ ସମ୍ବଲପୁର ଚିପିଲିମା ଅଞ୍ଚଳରେ ବନ୍ତୋସ୍ ଗଣ୍ଡ ବୋଲି ଜଣାପଡିଛି । ସେପଟେ ତାଙ୍କ ପତ୍ନୀ ହେଲେ ପାଲିଗାଁର ରଞ୍ଜିତା ଗଣ୍ଡ ।

ସୂଚନା ମତେ, ଗୁରୁବାର ସକାଳେ କୌଣସି କାରଣରୁ ପାଲିଗାଁ ସ୍ଥିତ ରଞ୍ଜିତାଙ୍କ ବାଗ ଘରେ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବନ୍ତୋସ୍ ରଂଜିତାଂକୁ ଏକ ଭୁଜାଲିରେ ଆକ୍ରମଣ କରିଥିଲେ । ଭୁଜାଲି ଆକ୍ରମଣରେ ରଞ୍ଜିତା ଗୁରୁତର ଓ ରକ୍ତାକ୍ତ ହୋଇଥିଲା । ପରେ ରଞ୍ଜିତାକୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରଞ୍ଜିତାଙ୍କ ଅବସ୍ଥା ଏବେ ସ୍ୱାଭାବିକ ରହିଛି । ସେପଟେ ବନ୍ତୋସ୍ ଶଶୁର ଘରେ ଏକ କଠୋରୀରେ ବେକରେ କପଡା ଲଗାଇ ଆତ୍ମହତ୍ୟା କରିଛି । ବୀରମହାରାଜପୁର ପୋଲିସ ଖବର ପାଇ ଶବ ଜବତ ସହ ତଦନ୍ତ ଜାରି କରିଛି ।

Exit mobile version