Site icon ଆଜିକାଲି

ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁବା ଘଟଣା; ମିଳିଲା ଛାତ୍ରୀଙ୍କ ମୃତଦେହ

ସମ୍ବଲପୁର : ମିଳିଲା ନିଖୋଜ ଛାତ୍ରୀଙ୍କ ମୃତଦେହ । ସମ୍ବଲପୁର ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଛାତ୍ରୀଙ୍କ ମୃତଦେହ ଦୀର୍ଘ ୪ ଦିନ ପରେ ମଙ୍ଗଳବାର ଆଠଗଡ ଥାନା କନ୍ଦରପୁର ସ୍ଥିତ ମହାନଦୀ କୂଳରୁ ଠାବ ହୋଇଛି । ତାଙ୍କ ନାମ କାଜଲ ବୋଲି ଜଣାପଡିଛି।

କନ୍ଦରପୁର ସ୍ଥିତ ମହାନଦୀ କୂଳରେ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଚାଉଁରପୁର ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ନାବାଳିକାଙ୍କ ମୃତଦେହ ବୋଲି ଜଣାପଡିଛି । ସେ ଦୀର୍ଘ ୪ ଦିନ ତଳେ ଚାଉଁରିପୁର ସେତୁରୁ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଏହାପରେ ଅନେକ ଖୋଜାଖୋଜି ପରେ ତାଙ୍କ ମୃତଦେହ ମିଳିନଥିଲା । ଆଜି ନାବାଳିକାଙ୍କ ମୃତଦେହ ମିଳିଛି ।

ସୂଚନା ଯୋଗ୍ୟ, ଅଗଷ୍ଟ ୨୪ରେ ସମ୍ବଲପୁର ଚାଉଁରପୁର ବ୍ରିଜ୍ ରୁ ମହାନଦୀକୁ କାଜଲ (ହାଇସ୍କୁଲ ଛାତ୍ରୀ) ଡେଇଁ ପଡିଥିଲେ। ସକାଳେ କାଜଲ ସାଇକେଲ ଧରି ଘରୁ ବାହାରି ଆସିଥିଲେ। ଏହାପରେ ସେ ସାଇକେଲଟିକୁ ବ୍ରିଜ୍ ଉପରେ ରଖି ନଦୀକୁ ଡେଇଁ ପଡିଥିଲେ। ପରେ ମର୍ଣ୍ଣିଂ ଓ୍ବାକ୍ କରୁଥିବା କିଛି ଲୋକ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ ।

Exit mobile version