Site icon ଆଜିକାଲି

ମହିଳାଙ୍କୁ ମାରି ଫ୍ରିଜରେ ରଖିବା ଘଟଣା, ଆତ୍ମହତ୍ୟା କଲା ଅଭିଯୁକ୍ତ!

ଭଦ୍ରକ : ଓଡ଼ିଶାରେ ଆତ୍ମହତ୍ୟା କରିଛନ୍ତି ବେଙ୍ଗାଲୁରୁ ହତ୍ୟାକାଣ୍ଡର ସନ୍ଦିଗ୍ଧ ଅଭିଯୁକ୍ତ ମୁକ୍ତିରଞ୍ଜନ ରାୟ(୩୨)। ବେଙ୍ଗାଲୁରୁରେ ମହିଳାଙ୍କୁ ମାରି ୩୨ ଖଣ୍ଡ କରିବା ପରେ ଫ୍ରିଜରେ ଖଣ୍ଡବିଖଣ୍ଡିତ ମୃତଦେହ ରଖିବା ଘଟଣାରେ ପୁଲିସ ସନ୍ଦେହରେ ଘେରରେ ଥିଲେ ମୁକ୍ତିରଞ୍ଜନ। ତାଙ୍କ ଘର ଭଦ୍ରକ ଜିଲ୍ଲା ଧୁଷୁରୀ ଥାନା ଆରଡି ଫାଣ୍ଡି ଅନ୍ତର୍ଗତ ଭୂଇଁପୁର ଗାଁରେ।

ମୁକ୍ତିରଞ୍ଜନ ଦୀର୍ଘବର୍ଷ ହେବ ବେଙ୍ଗାଲୁରୁରେ ରହି ଆସୁଥିଲା। ହେଲେ ଗତ ମଙ୍ଗଳବାର ଗାଁକୁ ଆସି ଘରେ କିଛି ସମୟ ରହିବା ପରେ ରାତିରେ ଘରୁ ପଳାଇଥିଲା। ମାତ୍ର ବୁଧବାର ଭୋର ସମୟରେ କୁଳେଇପଦା ଶ୍ମଶାନ ନିକଟରେ ଥିବା ଏକ ଗଛରେ ମୁକ୍ତିରଞ୍ଜନ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି।

ସେ ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମଙ୍ଗଳବାର ରାତିରେ ନିଜ ଘରେ ପହଞ୍ଚିଥିଲେ । ଭୋର ୪ ଟାରେ ଏକ ସ୍କୁଟିରେ ଭଦ୍ରକ ଯିବେ ବୋଲି କହି ଘରୁ ଆସିଥିଲେ । ସ୍କୁଟି ଉପରେ ଏକ ଲାପଟପ ବ୍ୟାଗ ରଖି ସେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିଲା ବେଳେ ଆରଡି ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏ ସଂକ୍ରାନ୍ତରେ ଧୂଷୁରୀ ଥାନାରେ ୩୩/୨୦୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ଫୁଲିସ ଘଟଣାସ୍ଥଳରୁ ଜବତ କରିଥିବା ବ୍ୟାଗରେ ଲାପଟପ ଓ ଡାଏରୀ ଭଳି ଅନେକ ସାମଗ୍ରୀ ରହିଛି, ଯେଉଁଥିରେ ବହୁ ତଥ୍ୟ ରହିଥିବା ଜଣାପଡ଼ିଛି।

Exit mobile version