Site icon ଆଜିକାଲି

ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିବ ଇଣ୍ଡକ୍ସନ୍ ଟିମ୍

ଭୁବନେଶ୍ୱର : ସୂର୍ଯ୍ୟକିରଣ ଏୟାର ସୋ ପାଇଁ ଆଜି ଇଣ୍ଡକ୍ସନ୍ ଟିମ୍ ଏନ୍ ୩୨ ବିମାନ ଯୋଗେ ଭୁବନେଶ୍ୱରରେ ପହଂଚିବ । ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ସେପ୍ଟେମ୍ବର ୮ ତାରିଖରେ ସି୧୭ ଗ୍ଲୋବମାଷ୍ଟର ବିମାନରେ ଉପକରଣ ଆସି ପହଂଚିବ । ୯ ତାରିଖରେ ସୋ’ରେ ଭାଗ ନେବାକୁ ଥିବା ୧୧ଟି ହକ୍ ବିମାନ ଆସିବ । ସୂର୍ଯ୍ୟକିରଣ ସୋ’ରେ ୯ଟି ହକ୍ ବିମାନ ଭାଗନେବ ଏବଂ ୨ଟି ଷ୍ଟାଣ୍ଡ ବାଏ ରହିବ । ଆସନ୍ତା ୧୦ ତାରିଖରେ ମ୍ୟାପିଂ ସର୍ଟି ବା ରିହରସଲ୍ ହେବ । ପାଣିପାଗ ସ୍ଥିତି ଦେଖି ପୂର୍ବାହ୍ନ ୧୦ଟାରୁ ୧୧ କିମ୍ବା ଅପରାହ୍ନ ୪.୧୫ରୁ ୫.୧୫ ଯାଏଁ ସୋ ଆୟୋଜିତ ହେବ । ପୁରୀ ଏୟାର ସୋ ସୁନିଶ୍ଚିତ ହୋଇଛି । ତେବେ ଭୁବନେଶ୍ୱର ପାଇଁ ଅନୁମତିକୁ ଅପେକ୍ଷା କରାଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେପ୍ଟେମ୍ବର ୧୬ ତାରିଖରେ ଭୁବନେଶ୍ୱର କୂଆଖାଇ ନଦୀ ଜାଲିପାଟଣା ଗାଁ ବାଲିଯାତ୍ରା ପଡ଼ିଆରେ ସୋ’ ହେବ । ସେହିପରି ୧୮ ତାରିଖରେ ପୁରୀ ଗଭର୍ଣ୍ଣର ହାଉସ୍ ଉପରେ ସୋ ପାଇଁ ଯୋଜନା ରହିଛି ।

Exit mobile version