Site icon ଆଜିକାଲି

ପୋଖରୀରେ ବୁଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ଜି. ଉଦୟଗିରି : କନ୍ଧମାଳ ଜିଲା କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମରେ ଅଭାବୀନୟ ଘଟଣା । ମାମୁଁ ଘରକୁ ବୁଲିବାକୁ ଆସି ପୋଖରୀରେ ବୁଡି ଛାତ୍ରଙ୍କ ମୃତ୍ୟୁ ।

ସୂଚନା ଯେ, କ.ନୂଆଗାଁ ଥାନା ଅନ୍ତର୍ଗତ ସିର୍ତ୍ତିଗୁଡା ଗ୍ରାମର ବିନୋଦ ପ୍ରଧାନଙ୍କ ୮ ବର୍ଷର ପୁଅ ଶୁଭଜିତ ପ୍ରଧାନଙ୍କର ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ଶୁଭଜିତ ପ୍ରଧାନ ସିର୍ତ୍ତିଗୁଡା ପ୍ରାଥମିକ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିଲେ । ସେ ଖରା ଛୁଟିରେ ମାମୁଁ ଘରକୁ ବୁଲି ଯାଇଥିଲେ । ସେ ଶୁକ୍ରବାର ସକାଳୁ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ । ଅସାବଧାନତା ବଶତଃ ସେ ସେଠାରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରି କ.ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ଆଣିବା ପରେ କ.ନୂଆଗାଁ ଡାକ୍ତର ତାଙ୍କୁ ମୃତ ଘୋଷଣା କହିଥିଲେ ।

Exit mobile version