Site icon ଆଜିକାଲି

ଆଜି ମୋଟର ବୋଟରେ ଚିଲିକା ମୁହାଁଣ ଯିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍

ପୁରୀ : ଶନିବାର ଚିଲିକା ବୁଲିବେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ମିର୍ଜାପୁରଠାରୁ ମୋଟର ବୋଟ୍ ରେ ଏହି ଟିମ୍ ଚିଲିକା ମୁହାଁଣ ଯିବେ ।

ଖବର ଅନୁଯାୟୀ, ଶୁକ୍ରବାର କଟକରେ ପହଞ୍ଚି ଟ୍ରିବ୍ୟୁନାଲ ଟିମ୍ ପ୍ରଥମେ ମୁଣ୍ଡଳୀ ବ୍ୟାରେଜ ପରିଦର୍ଶନ କରିଥିଲେ। ମୁଣ୍ଡୁଳି ବ୍ରିଜର ଜଳ ଧାରଣ କ୍ଷମତା ଓ ଗଚ୍ଛିତ ଥିବା ଜଳ ରାଶି ସମ୍ପର୍କରେ ଅନୁଧ୍ୟାନ କରିଥିଲେ। ଏହାପରେ ସାପୁଆ କେନାଲରେ ପହଞ୍ଚି ସ୍ଥିତି ପରଖିବା ପରେ କାଠଯୋଡ଼ି ନଦୀର ଉତ୍ପତ୍ତି ସ୍ଥଳ ନରାଜ ବ୍ୟାରେଜ ଦେଖିଥିଲେ। ଏହାପରେ ଟିମ୍ ଗଡଗଡିଆ ଓ ପରେ ଯୋବ୍ରା ଆନିକଟ ଓ ବିରୂପା ବ୍ୟାରେଜ୍ ଗସ୍ତ କରି ମହାନଦୀ ଜଳ ର ସ୍ଥିତି ଅନୁଧ୍ୟାନ କରିଥିଲେ।

Exit mobile version