Site icon ଆଜିକାଲି

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନୀଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜାଙ୍କ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ବସିବ । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା, ପୁରୀ ଏସ୍ପି କନୱର ବିଶାଲ ସିଂହ ଓ ସମସ୍ତ ସେବାୟତ ପ୍ରତିନିଧି ଯୋଗ ଦେବେ ।

ଶ୍ରୀମନ୍ଦିରର ସମସ୍ତ ୪ଟି ଦ୍ବାର ଭକ୍ତଙ୍କ ପାଇଁ ଖୋଲିବା ନେଇ ବୈଠକରେ ଆଲୋଚନା ହୋଇପାରେ । ଶ୍ରୀମନ୍ଦିରର ସମସ୍ତ ୪ଟି ଦ୍ୱାର ଖୋଲିବା ପାଇଁ ଦୀର୍ଘ ଦିନ ହେବ ଦାବି ହୋଇଆସୁଛି। କିଛି ଦିନ ତଳେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର କେବଳ ପୁରୀବାସୀଙ୍କ ପାଇଁ ଖୋଲାଯାଇଛି ।

Exit mobile version