Site icon ଆଜିକାଲି

ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ : କନ୍ଧମାଳ ଜିଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ଘରୁ ଡାକି ନେଇ ଗୁଳି କରି ହତ୍ୟା କରିଛନ୍ତି ମାଓବାଦୀ । ବାଲିଗୁଡା ଥାନା ସୁଡ୍ରା ପଂଚାୟତ ର ଟୁପୁଡି ଗାଁ ନିକଟରେ ଘଟିଛି ଏହି ଘଟଣା । ମୃତ ଯୁବକ ହେଲେ କୁନାସୋଲ ଗାଁ ର ନୀଳକଣ୍ଠ ମଳିକ l ପୋଲିସ ଖବରଦାତା ଭାବେ କାର୍ଯ୍ୟ କରୁଥିବା ଅଭିଯୋଗରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ସଂପୃକ୍ତ ଯୁବକଙ୍କୁ ଦଣ୍ଡ ଦିଆଯାଇଥିବା କେ. କେ. ବି. ଏନ ମାଓବାଦୀ ସଂଗଠନ ପକ୍ଷରୁ ସ୍ପଷ୍ଟ କରା ଯାଇଛି l

ହତ୍ୟା ପରେ ଘଟଣା ସ୍ଥଳରେ ହାତ ଲେଖା ପୋଷ୍ଟର ଓ ମାଓ ବ୍ୟାନର ମଧ୍ୟ ଛାଡିଛନ୍ତି କେ. କେ. ବି. ଏନ ମାଓବାଦୀ l ଗତ ୧୧ ତାରିଖରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ କୁନାସଲ ଜଙ୍ଗଲରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିଲେ l ଏହାକୁ ବିରୋଧ କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କେକେବିଏନ ମାଓବାଦୀ ସଂଗଠନ l ଶହୀଦ ମହିଳା ମାଓବାଦୀ ପୋୟାମ ପାଣ୍ଡ୍ରାମ ଓରଫ ସାବିତ୍ରୀକୁ ବଳିଦାନ ଅର୍ପଣ କରିବାକୁ ଆହ୍ୱାନ ଦେଇଛି ଲାଲ ବାହିନୀ l ସୁଡ୍ରା ଗ୍ରାମର କିଛି ଲୋକଙ୍କୁ ପୋଲିସ ଖବରଦାତା ଭାବେ ସନ୍ଦେହ କରି ସେମାନଙ୍କୁ ଧମକ ଦେଇଛି ସଂଗଠନ। ଏହି ଘଟଣାରେ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଛନ୍ତି।

Exit mobile version